ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ବାତ୍ୟା ଆଶ୍ରୟସ୍ଥଳୀଠାରେ ସେଲଟରସ୍ତରୀୟ ମକ୍ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଡେପୁଟି କଲେକ୍ଟର ଅଭିଷେକ ସାହୁ, ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ସିଡିପିଓ ସଲୀଳା ପ୍ରଧାନ, ସରପଞ୍ଚ ସଂଯୁକ୍ତା ପ୍ରଧାନ, ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପର୍ଯ୍ୟବେକ୍ଷକ, ହୁମା ଫାଣ୍ଡି ପୋଲିସ, ଓଡିଆର୍ଏଫ୍ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାକୃତିକ ବନ୍ୟାବାତ୍ୟା ସମୟରେ କିଭଳି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଉପସ୍ଥିତ ଲୋକମାନଙ୍କୁ ଅଗ୍ନିଶମ କର୍ମଚାରୀ ବୁଝାଇଥିଲେ। ଅଗ୍ନି ବିପନ, ଗର୍ଭବତୀମାନଙ୍କୁ କିଭଳି ସୁରକ୍ଷିତ ଭାବେ ମେଡିକାଲକୁ ନିଆଯିବ ତାହା ରଣକୌଶଳ ଶିଖାଯାଇଥିଲା।ଘଡ଼ଘଡ଼ି ଓ ବିଜୁଳି ପବନ ବର୍ଷା ସମୟରେ ଘରୁ ପଦାକୁ ନ ବାହାରିବା, ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା, ଗାଁରେ ବିପଦ ପଡ଼ିଲେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେବା ଆଦି ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା। କାମଧେନୁ ସେବା ସମବାୟ ସମିତି ସମ୍ପାଦକ ଟୁନା ମହାରଣା, ପାଳିବନ୍ଧ ପିଇଓ କେ. ପୋଟୁଡୁ, ଅଙ୍ଗନଓ୍ବାଡ଼ି କର୍ମୀ ଅନିତା ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ, ଗ୍ରାମବାସୀ ଉପସ୍ଥିତ ଥିଲେ।