DAVOS/SWITZERLAND, 23JAN13 - Sunil Bharti Mittal, Chairman and Group Chief Executive Officer, Bharti Enterprises, India is seen during the televised session 'De-risking Africa - Achieving Inclusive Prosperity' at the Annual Meeting 2013 of the World Economic Forum in Davos, Switzerland, January 23, 2013. Copyright by World Economic Forum swiss-image.ch/Photo Remy Steinegger
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ମଧ୍ୟରେ ଲାଗୁ ହେଉଥିବା ମୋବାଇଲ୍ ଟାରିଫ ଯୁକ୍ତିଯୁକ୍ତ ନୁହେଁ ବୋଲି ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ ରବିବାର କହିଛନ୍ତି। ମୋବାଇଲ ସେବା ଯୋଗାଇ ଦେବା ଲାଗି ବର୍ତ୍ତମାନ ଯେଉଁ ଦର ଲାଗୁ ହେଉଛି ସେଥିରେ ବଜାରରେ ତିଷ୍ଠି ରହିବା ମୁସ୍କିଲ। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଦେଖିଲେ ସେବା ଯୋଗାଣ ଲାଗି ମୋବାଇଲ ଟାରିଫ ବୃଦ୍ଧି ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି। ସେ ପୁଣି କହିଛନ୍ତି ଯେ, ଚଳିତ ଥର କୌଣସି ନିଷ୍ପତ୍ତି ନେବା ବେଳେ ବଜାରର ସ୍ଥିତିକୁ ଦେଖାଯିବ। ୫ଜି ସେବା ଲାଗି ଚାଇନା ମାନୁଫାକଚରଙ୍କ ଉପକରଣ ଭାରତରେ ବ୍ୟବହାର ହେବା ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଦେଶରେ ଯାହା ନିୟମ କରାଯିବ, ସମସ୍ତ ସେବା ଯୋଗାଣକାରୀ ଏହାକୁ ମାନିବେ। ବର୍ତ୍ତମାନ ଲାଗୁ ହେଉଥିବା ମୋବାଇଲ ଟାରିଫ ଆଗାମୀ ଦିନରେ ବଜାୟ ରଖିବା କଷ୍ଟକର। ଗୋଟିଏ ସମୟ ଆସିବ ଶିଳ୍ପ ଜଗତକୁ ଦର ବୃଦ୍ଧି କରିବାକୁ ପଡ଼ିବ। ବଜାରର ସ୍ଥିତିକୁ ନଜର ରଖି ନିଷ୍ପତ୍ତି ନେବାକୁ ପଡିବ ବୋଲି ମିତ୍ତଲ ମତ ରଖିଛନ୍ତି।