ଏମ୍‌ଏନ୍‌ଏସ୍‌ ନେତାଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୩।୩: ମହାରାଷ୍ଟ୍ର ନବନିର୍ମାଶ ସେନା (ଏମ୍‌ଏନ୍‌ଏସ୍‌) ନେତା ତଥା ପୂର୍ବତନ କାଉନସିଲର ସନ୍ଦୀପ ଦେଶପାଣ୍ଡେଙ୍କୁ ଶୁକ୍ରବାର ସକାଳେ ଏଠାରେ ସାଂଘାତିକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଚାରି ଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ସନ୍ଦୀପଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସନ୍ଦୀପ ଦେଶପାଣ୍ଡେ ଶିବାଜୀ ପାର୍କ ଅଞ୍ଚଳରେ ସକାଳୁ ବୁଲିବାକୁ ଯାଉଥିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା।

Share