ଗଞ୍ଜାମ୯।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହାଆଡମ୍ବରରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା । ଗୁରୁବାର ସାରେ ମା’ଙ୍କ ଆଳତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ମା’ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।
ଏହି ଅବସରରେ ଭାଜପା ନଗର ସଭାପତି ଭଗବାନ ପ୍ରଧାନ, ବିଧାୟକ ଏନ୍ଏସି ପ୍ରତିନିଧି ରାନୁ ବୈଠାରୁ, ପୂର୍ବତନ କାଉନ୍ସିଲର ରଞ୍ଜନ ବେହେରା, ସଙ୍ଘ ସମ୍ପାଦକ କାଁହୁ ଚରଣ ପଣ୍ଡା, କୋଷାଧକ୍ଷ ଜି ରାମଦାସ ରେଡ୍ଡି, ରମେଶ ମହାପାତ୍ର, ଦେବଦାସଙ୍କ ସମେତ ସଙ୍ଘ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।