Categories: HomeHome Left

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ସାମିଲ ହୋଇଥିଲେ। ତେବେ ଶୋଭାଯାତ୍ରା ଚାଲିଥିବାବେଳେ ବିଧାୟକ ଷଡଙ୍ଗୀ ସ୍ଥାନୀୟ ଥାନାଛକରେ ପାରମ୍ପରିକଭାବେ ଖଣ୍ଡା ବୁଲାଇଥିଲେ। ତାହା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକାରଣ୍ୟ ହୋଇପଡିଥିଲା। ସ୍ଥାନୀୟ ଟାଉନ ଥାନା ସମ୍ମୁଖରେ ବିଧାୟକଙ୍କ ଖଣ୍ଡା ବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।