ବନ୍ଦେ ମାତରଂ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ‘ବନ୍ଦେ ମାତରଂ’ କବିତାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ମଙ୍ଗଳବାର ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ଗ୍ରାମରେ ପହଞ୍ଚିବା ପରେ ଭାଜପା ପକ୍ଷରୁ ବିରାଟ ଶୋଭାଯାତ୍ରାରେ ପ୍ରଥମେ ରାମଜୀ ଡିଗ୍ରୀ ମହାବିଦ୍ୟାଳୟକୁ ପାଛୋଟି ନିଆଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ନିହାର ରଞ୍ଜନ କରଙ୍କ ଉପସ୍ଥିତିରେ ମହାବିଦ୍ୟାଳୟରେ ଆୟୋଜିତ ସଭାରେ ବନ୍ଦେ ମାତରଂ କବିତା ଗାନ କରାଯିବା ପରେ ଏହି କବିତାର ରଚିୟତାଙ୍କ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ମୁଖ୍ୟଅତିଥି ତଥା ବିଧାୟକ କେନ୍ଦ୍ର ସରକାରଙ୍କ ଆତ୍ମର୍ନିଭର ଭାରତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ପରେ ସ୍ଥାନୀୟ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ,ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର ନାରାୟଣ ବେଜ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ଉପସ୍ଥିତ ଥିଲେ। ବିଧାୟକ ବିଦ୍ୟାଳୟର ନୂତନ ଭାଷାକକ୍ଷ ଓ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିଧାୟକଙ୍କ ଏହି ଗସ୍ତ ସମୟରେ ଯନ୍ତ୍ରୀ ଇଂ. ସୁବ୍ରତ ମହାରଣା , ଇଂ. ଉମାକାନ୍ତ ପ୍ରଧାନ , ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନ, ଟୁକୁନା ସାହୁ , ସୁଦାମ ବେହେରା , ବିକ୍ରମ ପାତ୍ରଙ୍କ ସମେତ ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share