ପାଟଣା,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଲକ୍ଷ୍ମୀ ମଣ୍ଡପ ପରିସରରେ ରବିବାର ନୈବେଦ୍ୟ ଡ୍ୟାନ୍ସ ଏକାଡେମିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୌବେଦ୍ୟ ଡ୍ୟାନ୍ସ ଏକାଡେମୀର ନୃତ୍ୟ ଗୁରୁ ସିପୁନ କୁମାର ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଏଥିରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଲେଖା ନାଏକ, ଚିତ୍ତରଞ୍ଜନ ନାଏକ, ବ୍ରଜେଶ୍ୱର ମହାନ୍ତ ଯୋଗ ଦେଇଥିଲେ। ଏହି ଅବସରରେ ଯୁବ ଖବରଦାତା ବିଜୟ କୁମାର ମହାନ୍ତ ଓ ଦଶରଥ ବାରିକଙ୍କୁ କମିଟି ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।
କିଭଳି ଛାତ୍ରୀଛାତ୍ରମାନେ କୁଶଳୀ ନୃତ୍ୟ ଶିଳ୍ପୀ ହୋଇ ସାବଲମ୍ବି ହୋଇପାରିବେ ସେନେଇ ଅତିଥିମାନେ ମତପ୍ରକାଶ କରିଥିଲେ। ଶେଷରେ ଓଡିଶୀ ନୃତ୍ୟ ପରିବେଷଣରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ବିଧାୟକ ମାନପତ୍ର ପ୍ରଦାନ ନେଇ ସମ୍ବର୍ଦ୍ଧିତ କରିଥିଲେ। କମିଟି ଶୁଚିସ୍ମିତା ନାୟକ, ବେବି ରାଣୀ ମହାନ୍ତ, ତପସ୍ବିନୀ ପାତ୍ର, ଭବାନୀ ମହାନ୍ତ, ରଶ୍ମି ରେଖା ସାହୁ ଜ୍ୟୋସ୍ନା ମୟୀ ସାହୁ ପ୍ରମୁଖଙ୍କ ସହଯୋଗ କରିଥିଲେ। ଶେଷରେ ନୃତ୍ୟ ଗୁରୁ ସିପୁନ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।