ଏମ୍‌ପିଙ୍କୁ ଜୀବନସାଥୀ କରିବେ ରିଙ୍କୁ ସିଂ, ଭାବି ଶ୍ୱଶୁର କହିଦେଲେ ସତ…

ନୂଆଦିଲ୍ଲୀ,୧୮।୧: ଭାରତର ତାରକା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ ହୋଇସାରିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ସମାଜବାଦୀ ପାର୍ଟି ଏମ୍‌ପି ପ୍ରିୟା ସରୋଜଙ୍କ ସହ ଲକ୍ଷ୍ନୌରେ ସେ ନିର୍ବନ୍ଧ କରିଥିବା କୁହାଯାଇଥିଲା। ଏହାର କିଛି ଫଟୋ ଭାଇରାଲ ହୋଇଥିଲା। ହେଲେ ଏହା ଗୁଜବ ବୋଲି ଜଣାପଡ଼ିଛି। ଏବେ ଉଭୟଙ୍କ ନିର୍ବନ୍ଧ ହୋଇ ନ ଥିବା ପ୍ରିୟାଙ୍କ ବାପା ତୁଫାନୀ ସରୋଜ ସ୍ପଷ୍ଟ କରିଛନ୍ତି। ତେବେ ଆଗାମୀ ଦିନରେ ଦୁହିଁଙ୍କ ନିର୍ବନ୍ଧ ହେବ ବୋଲି ସେ କହିଛନ୍ତି।

ତୁଫାନୀ ସରୋଜ ଝିଅଙ୍କ ସହ ରିଙ୍କୁଙ୍କ ସମ୍ପର୍କରେ ମୋହର ମାରିଛନ୍ତି। ପ୍ରଥମେ ଏନେଇ ପ୍ରସ୍ତାବ ଆସିଥିଲା। ପରେ ପରିବାର ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଦୁହେଁ ପରସ୍ପରକୁ ପସନ୍ଦ କରନ୍ତି। ଏହି ସମ୍ପର୍କ ଲାଗି ଉଭୟେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

କୁହାଯାଉଛି ଯେ ରିଙ୍କୁ ଏବଂ ପ୍ରିୟାଙ୍କ ନିର୍ବନ୍ଧ ସଂସଦର ବଜେଟ ଅଧିବେଶନ ଶେଷ ହେବା ପରେ ହେବ। ଏବେ କେବଳ ରୋକା ହୋଇଛି। ଶୀଘ୍ର ଦୁହେଁ ଲକ୍ଷ୍ନୌରେ ନିର୍ବନ୍ଧ ଏବଂ ପରେ ବିବାହ କରିବେ। ଏହାପରେ ଜୌନପୁର ଏବଂ ଅଲିଗଡ଼ରେ ରିସେପ୍‌ସନ ଦିଆଯିବ। ଏଥିରେ କ୍ରିକେଟ ଏବଂ ରାଜନୀତି ସହ ଜଡ଼ିତ ଅନେକ ଲୋକପ୍ରିୟ ତାରକା ସାମିଲ ହେବେ।

Share
Tags: Sports News