ଗଞ୍ଜାମ/ ଦିଗପହଣ୍ଡି,୧୯।୦୧(ଅନାଥ ତରାଇ/ ବିଦ୍ୟାଧର ସାହୁ/ ଅଶେଷ ନାଥ ମିଶ୍ର): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ। ସୋମବାର ହୁମ୍ମା ଗସ୍ତ ସମୟରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାମାତ୍ରେ ସେ ନିଜର ବ୍ୟକ୍ତିଗତ ଗାଡ଼ି ମାଧ୍ୟମରେ ଆହତଙ୍କୁ ସୁରକ୍ଷିତ ଭାବେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ସହଯୋଗ କରିଥିଲେ। ଏହି ଘଟଣା ସମୟରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଦୁଇ ବିଧାୟକଙ୍କ ଏହି ତ୍ୱରିତ ଓ ସହାନୁଭୂତିପୂର୍ଣ୍ଣ ପଦକ୍ଷେପ ପାଇଁ ସମଗ୍ର ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି।
ଏହା ଦେଖାଇଛି ଯେ, ରାଜନୈତିକ ନେତାମାନେ ବ୍ୟସ୍ତ କାର୍ଯ୍ୟକ୍ରମ ମାଧ୍ୟରେ ମଧ୍ୟ ସାଧାରଣ ମାନବଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଉଛନ୍ତି। ସେ ଗୁରୁତରଙ୍କ ଆରୋଗ୍ୟ କାମନା କରାଯାଇଛି।
Dharitri – Odisha’s No.1 Odia Daily