ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସୁରେଶ ରେଡି। ସ୍ବର୍ଗତ ତବଲା ବାଦକଙ୍କ ଦ୍ୱାଦଶ କାର୍ଯ୍ୟରେ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏଥିସହ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ପୁଅ ନିରଞ୍ଜନ ତରାଇଙ୍କୁ ସମବେଦନା ଜଣାଇଛନ୍ତି। ବିଧାୟକଙ୍କ ସହ ଗଞ୍ଜାମ ଏନଏସି ନଗର ସଭାପତି ଭଗବାନ ପ୍ରଧାନ, ମଦନ ପାଢ଼ୀ, ପ୍ରକାଶ ରାଉଳ, ସୁଶାନ୍ତ ତରାଇ, ଆଶୁତୋଷ ମହାପାତ୍ର, ନାରାୟଣ ତରାଇ ପ୍ରମୁଖ ଉପସ୍ଥିତ ଥିଲେ l