ଦିଗପହଣ୍ଡିର ଗୌରବ ଓଏଏସ ଉତ୍ତୀର୍ଣ୍ଣ କାଳୁଙ୍କୁ ଭେଟିଲେ ବିଧାୟକ

ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର଼୍ୟାଙ୍କ ରଖି ସଫଳତା ହାସଲ କରିଥିବା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ଚାଷୀ ପୁଅ କାଳୁ ରାଉତଙ୍କୁ ସୋମବାର ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସେ ଭୁବନେଶ୍ୱରରୁ ଗ୍ରାମକୁ ଫେରିବା ପରେ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିଜୟ ପ୍ରଧାନ, ସମିତି ସଭ୍ୟା ସୁରଭି ବିଷୋୟୀଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ସରପଞ୍ଚଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ବୃନ୍ଦ, ମିଶନ ଶକ୍ତି ମହିଳା ସଦସ୍ୟା ବୃନ୍ଦ ଥିଲେ। ସନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ତାଙ୍କ ବାସଭବନରେ ପହଞ୍ଚତ୍ ତାଙ୍କୁ ଭେଟିବା ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଫେରିଥିଲେ।ଫଟୋ-ବିଏମ-୨୯-୧୨-ପଞ୍ଚାୟତ କାର୍ଯ୍ୟାଳୟରେ ସମର୍ଦ୍ଧିତ ଅବସରରେ ଜଣେ ଛାତ୍ର ତାଙ୍କ ଫଟୋ ଚିତ୍ର ପ୍ରଦାନ କରୁଛନ୍ତି