କଣ୍ଟେଇକୋଳି ନାଳରେ ସ୍ଲୁଇସ କମ୍‌ ୱିଅର୍‌ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗ୍ରାମ ନିକଟସ୍ଥ କଣ୍ଟେଇକୋଳି ନାଳରେ ରାଜ୍ୟ ଜଳସମ୍ପଦ ବିଭାଗ ଅଧିନସ୍ଥ ବ୍ରହ୍ମପୁର ଜଳ ନିକାସ ବିଭାଜନ( ଡ୍ରେନେଜ) ଡିଭିଜନ କାର୍ଯ୍ୟାଳୟ ପକ୍ଷରୁ ସ୍ଲୁଇସ କମ ୱିଅର୍‌ ପ୍ରକଳ୍ପ ଶୁକ୍ରବାର ଶିଳାନ୍ୟାସ କରାଯାଇଛି। ୧.୧୫ କୋଟି ବ୍ୟୟ ଅଟକଳରେ ଚାଷୀଙ୍କ ଜମିକୁ ଜଳସେଚନ ଓ ବନ୍ୟା ଜଳ ନିଷ୍କାସନ ନିମନ୍ତେ ଏହି ପ୍ରକଳ୍ପ କରାଯିବ। ଏଥିରେ ୨ ବ୍ରିଜ କରାଯିବା ବ୍ୟବସ୍ଥା ରହିଛି। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ପ୍ରକଳ୍ପ ଦାରା ଦିଗପହଣ୍ଡି ବ୍ଲକ ର ପନାଡ , କଇଠଖଣ୍ଡି, ନିମଖଣ୍ଡିପେଣ୍ଠ, ତଲାସିଙ୍ଗି, ପୋଡାପଦର ଗ୍ରାମର ପ୍ରାୟ ୧ ଶହ ହେକ୍ଟର ଚାଷୀଙ୍କ ଚାଷଜମିକୁ ଜଳସେଚନ ହେବା ସଙ୍ଗେ ସଙ୍ଗେ ବନ୍ୟାଜଳ ନିଷ୍କାସନ ହେବା ଦ୍ବାରା ଚାଷୀ ଉପକୃତ ହୋଇପାରିବେ ବୋଲି ବିଧାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଜଳ ନିକାସ(ଡ୍ରେନେଜ) ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ , ସହକାରୀ ଯନ୍ତ୍ରୀ ଇଂ. ତାପସ ବେହେରା , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ସସ୍ମିତା ରାଣୀ ଗୌଡ଼ , ସମିତି ସଭ୍ୟ ବି . ଲଡୁ, ଠିକାଦାର ଆକାଶ ପାଣିଗ୍ରାହୀ, ଅଶୋକ କୁମାର ସ୍ବାଇଁ , ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ, କେ . ନରସିଂହ ପାତ୍ର , ସୁଦାମ ବେହେରା, ଟୁକୁନା ସାହୁ, ବିକ୍ରମ ମିଶ୍ର, ୱାର୍ଡ ସଭ୍ୟ ସବିତା ନାୟକ , ସୁନିତା ଗୌଡ଼, ନର୍ମଦା ପଣ୍ଡା ଙ୍କ ସମେତ ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ। ସେହିପରି ଦିଗପହଣ୍ଡି ୩ ନଂ ୱାର୍ଡ ପିଏଚ୍‌ଡି ଅଫିସ ନିକଟରେ ୭୫ ଲକ୍ଷ ବ୍ୟୟ ଅଟକଳରେ ହାଟପଦା ନାଳ ର ଉନ୍ନତି କରଣ ନିମନ୍ତେ ବିଧାୟକ ଶିଳାନ୍ୟାସ କରିଛନ୍ତି।

Dharitri – Odisha’s No.1 Odia Daily

Share