ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ ଶୁକ୍ରବାର ବ୍ଲକସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ପରେଡ ପଡିଆରେ ପହଞ୍ଚିବା ପରେ ଜାତୀୟ ଦିବସ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ,ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ କୁମାର ମାଝୀ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପରେ ଜାତୀୟ ପତ୍ତାକା ଉତ୍ତୋଳନ ପରେ ସାମୂହିକ ପ୍ୟାରେଡ ପରିଦର୍ଶନ କରିଥିଲେ।
ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଛାତ୍ରୀଛାତ୍ର ଓ ଉପସ୍ଥିତ ଲୋକଙ୍କୁ ଭାରତକୁ ବିଦେଶୀ ଶାସନ ପ୍ରଥମେ କିଭଳି ଆରମ୍ଭ ହୋଇଥିଲା। ମହାତ୍ମା ଗାନ୍ଧୀ ଓ ସ୍ବାଧୀନତା ସଂଗ୍ରାମୀମାନେ ଅଂଶ ଗ୍ରହଣ କରିବା ସହ ଦେଶ ପାଇଁ ବଳିଦାନ କରିଥିଲେ। ସେ ସମ୍ପର୍କରେ କିଭଳି ଦେଶକୁ ସୱାଧୀନ ଦେଇଥିଲେ ସେ ସମ୍ପର୍କରେ ପ୍ରକାଶ କରିଥିଲେ। ସେହିପରି ଦାରିଙ୍ଗବାଡିକୁ ସେ ଡ଼େରିଙ୍ଗ ବାଡ଼ି ଏଠାକାର ସମସ୍ତଙ୍କ ନିକଟରେ ସାହସୀ ବା ଡ଼େରିଙ୍ଗ ରହିଥିବା କହି ଲୋକଙ୍କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାମୂହିକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ପରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗୀଙ୍କୁ ସେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଏବଂ ସରୋଜିନୀ ଦାସ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୩୩ଟି ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପରେଡ ଦଳ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କୁ ଜଜ୍ ଭାବେ ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନ, ପୋଲିସ ବିଭାଗର ଭାଗବତ ପ୍ରସାଦ କଂହର ଏବଂ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ କୃତି ପାରେଡ ଦଳକୁ ମନୋନୀତ କରିଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ଶହ ଶହ ଲୋକ ଯୋଗଦାନ କରିଥିଲେ।