ଶ୍ରମିକଙ୍କୁ ଲେବର କାର୍ଡ ବଣ୍ଟନ କଲେ ବିଧାୟକ, ଏଣିକି ମିଳିବ ଏସବୁ ସୁବିଧା

କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନରୁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ବ୍ୟକ୍ତି ସେମାନେ ଲେବର କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ। ଯାହା ଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିଲେ। ରବିବାର ସ୍ଥାନୀୟ ସର୍କିଟ ହାଉସ ଠାରେ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାଏକଙ୍କ ଦାରା ଲେବର କାର୍ଡ ବିତରଣ କରାଯାଇଥିଲା। ଏହି ଲେବର କାର୍ଡ ପାଇବା ଦ୍ବାରା ସେମାନେ ଖୁସି ପ୍ରକଟ କରିଥିଲେ ଓ ଏଥିରେ ଆବଶ୍ୟକ ସାହାଯ୍ୟ ସୁବିଧା ସୁଯୋଗ ପାଇବେ ବୋଲି କହିଥିଲେ। ଉପସ୍ଥିତ ସ୍ବତନ୍ତ୍ର ଅଭିଯୋଗ ଅଧିକାରୀ ଶରତ ଚନ୍ଦ୍ର ବାରିକ ଲେବର କାର୍ଡ ଦାରା ବିଭିନ୍ନ ସୁବିଧା ସୁଯୋଗ ପାଇବା ସମ୍ପର୍କରେ ବୁଝାଇଥିଲେ। ଏହି ବିତରଣ କାର୍ଯ୍ୟକ୍ରମରେ ଜିଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, ସହକାରୀ ଶ୍ରମ ଅଧିକାରୀ ଦୀପ୍ତିମୟୀ ରାଉଳ, ଡମ୍ବରୁଧର ମହାନ୍ତ ଉପସ୍ଥିତ ଥାଇ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ।

Share