ମୋଦିଙ୍କ ଗସ୍ତକୁ ନେଇ କାନ୍ଦିଲେ ବିଧାୟକ: କୋହଭରା କଣ୍ଠରେ କହିଲେ..

ଝାରସୁଗୁଡା, ୨୭।୯(ଆଶିଷ ରଞ୍ଜନ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝାରସୁଗୁଡା ଗସ୍ତକୁ ନେଇ ଅମରାପାଲି ପଡିଆରେ ଭାଷଣ ରଖୁଥିବାବେଳେ ବିଧାୟକ ଟଙ୍କଧର ତ୍ରିପାଠୀ କୋହଭରା ହୋଇ କାନ୍ଦି ପକାଇଥିଲେ। ବିଜେଡି ଦଳର ଅଭେଦ୍ୟ ଗଡ଼ ହୋଇଥିବା ଝାରସୁଗୁଡା ଆଜି ଝାରସୁଗୁଡା ଜନସାଧାରଣଙ୍କ ଆଶୀର୍ବାଦ ଯୋଗୁ ଭାଜପା ହାତକୁ ଯାଇଥିବାବେଳେ ଝାରସୁଗୁଡା ଜନସାଧାରଣ ମୋ ପାଇଁ ଓ ଭାଜପା ଦଳ ପାଇଁ ଭଗବାନ ସଦୃଶ ବୋଲି କହିଥଲେ।