ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍ଘାଟନ ଉତ୍ସବରେ ମଙ୍ଗଳବାର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ବିରାଟ ଶୋଭାଯାତ୍ରାରେ ଜଗନ୍ନାଥ କଲ୍ୟାଣ ମଣ୍ଡପ ନିକଟକୁ ନିଆଯାଇଥିଲା। ବିଧାୟକଙ୍କ ଉପସ୍ଥିତିରେ ସରପଞ୍ଚ ଗୌରୀ ବିଷୋୟୀ କଲ୍ୟାଣ ମଣ୍ଡପକୁ ଉଦ୍ଘାଟନ କରି ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ପଟ୍ଟା ବଣ୍ଟନ ଏବଂ ରାସନ କାର୍ଡ ବିତରଣ ମେଳାରେ ବିଧାୟକ ଯୋଗଦେଇ ୪୦୯ ହିତାଧିକାରୀଙ୍କୁ ଦ୍ୱିତୀୟ ଖାନା ସଂଶୋଧନ ପଟ୍ଟା ଓ ୩୨ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପରମୱୋକ ପଟ୍ଟା ସମେତ ବ୍ଲକ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ବଣ୍ଟନ କରିଥିଲେ । ସରପଞ୍ଚଙ୍କ ସମେତ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସେଠୀ , ନାଏବ ସରପଞ୍ଚ ସରିତା ପ୍ରଧାନ , ସେବା ସମବାୟ ସମିତି ସଭାପତି ଶିବରାମ ପ୍ରଧାନ, ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ , କରପଡା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସୱାମୀ , ବାସୁଦେବପୁର ସରପଞ୍ଚ ପ୍ରତିନିଧି ଏମ. ସନ୍ତୋଷ କୁମାର,ଡମ୍ବରୁ ପ୍ରଧାନ, ସିମାଞ୍ଚଳ ମାଦଳା,ରବୀନ୍ଦ୍ର ବିଷୋୟୀ,ପ୍ରଫୁଲ୍ଲ ବିଷୋୟୀ,ଲକ୍ଷ୍ମୀ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଭାରପ୍ରାପ୍ତ ରାଜସ୍ବ ନୀରିକ୍ଷକ ମନୋଜ ବେହେରାଙ୍କ ସମେତ ତହସିଲ କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରେ ଫାସିଗୁଡା ଗ୍ରାମ ନୋଡାଲ ହାଇସ୍କୁଲ ବାର୍ଷିକୋତ୍ସବରେ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନି ସେମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ଉପସ୍ଥିତ ଶିକ୍ଷୟ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାର ବିତରଣ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।