ଗ୍ୟାରେଜରେ ପଶିଲା ମିକ୍ସଚର ମେଶିନ, ୨ ଗୁରୁତର

ମୋରଡ଼ା/ରାସଗୋବିନ୍ଦପୁର,୫ା୧୦(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ଏକ ଟାଟା ଏସ୍‌ରେ ଥିବା ମିକ୍ସଚର ମେଶିନଟି ଗଳି ପଡ଼ି ଏକ ଗ୍ୟାରେଜରେ ପଶି ଯିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନ ୫ଟା୩୦ରେ ଏକ ଟାଟାଏସ ଗାଡ଼ି ମିକ୍ସଚର ମେଶିନ ନେଇ ଝିଙ୍କିରିଆ ଆଡକୁ ନେଇ ଯାଉଥିବା ସମୟରେ ହଠାତ ମିକ୍ସଚର ମେଶିନଟି ଖସି ପଡି ରାସଗୋବିନ୍ଦପୁର ବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଥିବା ଏକ ଗ୍ୟାରେଜରେ ବାଡେଇ ହୋଇଥିଲା। ଫଳରେ ଦୋକାନ ଭାଙ୍ଗିରୁଜି ଯାଇଥିବାବେଳେ ସେଠାରେ ଥିବା ଅମୂଲ୍ୟ ବାରିକ ଏବଂ ଅରୁଣ ସାହୁ ଗୁରତର ହୋଇଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ମିକ୍ସଚର ମେଶିିନକୁ ଜବତ କରିଛି।

Dharitri – Odisha’s No.1 Odia Daily