Categories: Home Leftଖେଳ

ପୁଣି ଶୀର୍ଷକୁ ଫେରିଲେ ମିଥାଲି

ନୂଆଦିଲ୍ଲୀ,୨୧।୯: ଆଇସିସି ପକ୍ଷରୁ ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟରଙ୍କ ର଼୍ୟାଙ୍କ ଜାରି କରାଯାଇଛି। ଭାରତର ଅଧିନାୟିକା ମିଥାଲି ରାଜ ପୁଣିଥରେ ଶୀର୍ଷକୁ ଫେରିଛନ୍ତି। ଅନ୍ୟତମ ଭାରତୀୟ କ୍ରିକେଟର୍‌ ସ୍ମୃତି ମାନ୍ଧନା ୮ମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମିଥାଲି ୭୬୨ ପଏଣ୍ଟ କରି ଶୀର୍ଷରେ ରହିଛନ୍ତି। ସେହିପରି ଭାରତୀୟ ବୋଲରଙ୍କ ମଧ୍ୟରେ ଦୀପ୍ତି ଶର୍ମା ୪ର୍ଥ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଏଲିସା ପେରୀ ୧ନଂରେ ରହିଛନ୍ତି। ଏଥିସହ ମିଥାଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୨୦ ହଜାର ରନ ପୂରଣ କରିଛନ୍ତି।

Share