Categories: Home Leftଖେଳ

ମିଚେଲ ଷ୍ଟାର୍କ ଆହତ

କାନବେରା, ୩।୧୨(ପି.ଟି.)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଆହତ ହୋଇଛନ୍ତି। ସେ ପିଠି ଓ ପଞ୍ଜରାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ସେଥିପାଇଁ ସେ ଭାରତ ବିପକ୍ଷ ତୃତୀୟ ଦିନିକିଆରେ ଖେଳିପାରିଲେ ନାହିଁ ବୋଲି ବୁଧବାର ଅଧିନାୟକ ଆରୋନ ଫିଞ୍ଚ୍‌ ପ୍ରକାଶ କରିଛନ୍ତି। ପ୍ରଥମ ୨ଟି ଦିନିକିଆରେ ମହଙ୍ଗା ସାବ୍ୟସ୍ତ ହୋଇ ୧୪୭ ରନ ବିନିମୟରେ ମାତ୍ର ଗୋଟିଏ ଉଇକେଟ ନେଇଥିବା ଷ୍ଟାର୍କ ଡେଭିଡ ଓ୍ବାର୍ନରଙ୍କ ସହ ଆହତ ତାଲିକାରେ ସାମିଲ ହୋଇଛନ୍ତି। ମେଡିକାଲ ଷ୍ଟାଫ୍‌ ତାଙ୍କୁ କିଛିଦିନ ବିଶ୍ରାମ ଦେବାକୁ ପରାମର୍ଶ ଦେଇଥିବା ଫିଞ୍ଚ୍‌ ସୂଚନା ଦେଇଛନ୍ତି। ଫଳରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ମଧ୍ୟ ସେ ଖେଳିବା ସମ୍ଭାବନା ନାହିଁ।