Categories: Home Leftଖେଳ

ଟି-୨୦ ବିଶ୍ୱକପ୍‌ରେ ପ୍ୟାଟ୍‌ କମିନ୍ସ ନୁହେଁ ଏହି ଅଲରାଉଣ୍ଡର ସମ୍ଭାଳିବେ ଅଧିନାୟକତ୍ୱ

ସିଡ଼ନୀ,୧୨।୩: ଟି-୨୦ ବିଶ୍ୱକପ୍‌ ୨୦୨୪ ଆଉ ଅଳ୍ପଦିନ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବର୍ତ୍ତମାନ ଦଳର ପ୍ରଶିକ୍ଷକ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ ସଙ୍କେତ ଦେଇଛନ୍ତି ଯେ ୱେଷ୍ଟଇଣ୍ଡିଜ ଏବଂ ଯୁକ୍ତରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଟି -୨୦ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ପ୍ୟାଟ୍‌ କମିନ୍ସ ନୁହେଁ ବରଂ ମିଚେଲ ମାର୍ଶ ଅଧିନାୟକତ୍ୱ କରିପାରନ୍ତି। ମାର୍ଶ ଟି -୨୦ ମ୍ୟାଚରେ ତାଙ୍କ ଅଧିନାୟକତ୍ୱ ସହିତ ବହୁତ ପ୍ରଭାବିତ କରିଛନ୍ତି। କାରଣ ଗତ ବର୍ଷ ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଥିଲା। ତାଙ୍କୁ ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ମ୍ୟାକଡୋନାଲ୍ଡ ମିଚେଲ ମାର୍ଶଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ଇଙ୍ଗିତ କରି କହିଛନ୍ତି, ମୁଁ ଭାବୁଛି ସବୁକିଛି ମିଚେଲ ମାର୍ଶ ଆଡକୁ ଯାଉଛି, କିନ୍ତୁ ଆମକୁ ତାଙ୍କୁ କିଛି କ୍ଷେତ୍ରରେ ପରୀକ୍ଷା କରିବା ଆବଶ୍ୟକ। ସେ ଟି -୨୦ରେ ଯେପରି ପ୍ରଦର୍ଶନ କରିଛନ୍ତି ସେଥିରେ ଆମେ ଖୁସି ଏବଂ ସନ୍ତୁଷ୍ଟ। ଦଳ ସହ ଭଲ ଆଡଜଷ୍ଟ କରିଛନ୍ତି। ସମୟ ଆସିଲେ ଏ ବାବଦରେ ନିଷ୍ପତ୍ତି ନିଆଯିବ।