ଜୁଲାଇ ୧୫ରେ ପରଦାକୁ ଆସିବ ‘ସାବାସ ମିଠୁ’

ବମ୍ବେ: ଜୁଲାଇ ୧୫ରେ ରିଲିଜ ହେବ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍‌ ‘ସାବାସ ମିଠୁ’। ଟୁଇଟ୍‌ କରି ମିତାଲି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି। ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ରରେ ମିତାଲିଙ୍କ ଭୂମିକାରେ ନଜର ଆସିବେ।

ତେବେ ମିତାଲି ୨୩୨ ଅନ୍ତର୍ଜାତୀୟ ମହିଳା ଏକଦିବସୀୟ ମ୍ୟାଚ୍‌ରେ ଅଧିନାୟକ ଭୂମିକା ନେଇଛନ୍ତି। ୫୦.୬୮ ହାରରେ ମୋଟ ୭୮୦୫ ରନ୍‌ କରିଛନ୍ତି। ଏଥିରେ ୬୪ ଅର୍ଦ୍ଧଶତକ ଓ ୭ ଶତକ ରହିଛି। ୮୯ ଟି୨୦ ଓ ୧୨ ଟେଷ୍ଟରେ ସେ ଯଥାକ୍ରମେ ୨୩୬୪ ରନ ଓ ୬୯୯ ରନ କରିଛନ୍ତି।

କହିରଖୁଛୁ, ମିତାଲିଙ୍କ ଭଳି ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ ହେଉଛି। ଚଳିତ ବର୍ଷ ୧୩ ଡିସେମ୍ବରରେ ଏହା ରିଲିଜ ଅପେକ୍ଷାରେ ଅଛି। ଏହି ବାୟୋପିକ୍‌ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିବେ।