ମିଶନଶକ୍ତିରେ କାର୍ଯ୍ୟରତ କର୍ମଚାରୀଙ୍କ ଧରଣା: ସରକାରଙ୍କ ନିଦ ନଭାଙ୍ଗିବା ଯାଏ…

ଧର୍ମଶାଳା,୨୩।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରିଶରରେ ମିଶନ ଶକ୍ତିର କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ନିଜର ନାର୍ଜ୍ୟ ଦାବି ହାସଲ କରିବାକୁ ଦେଇଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିିଛି। ବର୍ଷା ହେଉଥିବା ସତ୍ତ୍ୱେ ମହିଳା ମା’ମାନେ ବ୍ଲକ ପରିସର ମଧ୍ୟରେ ବସି ରହିଛନ୍ତି। ସରକାର ବର୍ତ୍ତମାନ ସୁଦ୍ଧା ଧାରଣା ସମ୍ପର୍କରେ କୌଣସି ଆଲୋଚନା କରି ନ ଥିବା ସୂଚନା ମିଳିଛି।
ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ଉପରେ ଆଲୋଚନା ନ କରିବେ ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣାରେ ବସି ରହିବେ ବୋଲି ଧାରଣାରେ ଉପସ୍ଥିତ ମହିଳାମାନେ କହିଛନ୍ତି। ବ୍ଲକର ବିଭିନ୍ନ ମିଶନ ଶକ୍ତି ଅଧିନରେ ଥିବା ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର,କୃଷିମିତ୍ର ଓ ପ୍ରାଣୀ ମିତ୍ର ଭାବେ କାର୍ଯ୍ୟକରୁଥିବା କର୍ମଚାରୀମାନଙ୍କୁ  ପୁର୍ବ ସରକାରରେ ଏକ ନିର୍ଦ୍ଦିଷ୍ଟ ପ୍ରୋତ୍ସାହନ ରାଶି ମିଳୁଥିଲା। ହେଲେ ନୂତନ ସରକାର ଏହାକୁ ଦୀର୍ଘ ୬ ମାସ ହେବ ବନ୍ଦ କରିଦେଇ ଉପରୋକ୍ତ କାର୍ଯ୍ୟରେ ନିୟୋଜିତ କର୍ମୀମାନଙ୍କୁ  କାର୍ଯ୍ୟ ହିସାବରେ ପ୍ରୋତ୍ସାହନ  ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସଂଘ ପକ୍ଷରୁ ବହୁବାର ବିଭାଗୀୟ ଅଧିକାରୀ ଓ ବିଡିଓଙ୍କୁ ଜଣାଜାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ ।