୨ ଦିନରୁ ନିଖୋଜ ଥିଲେ, ଆଜି କ୍ଷେତରୁ ମିଳିଲା ମୃତଦେହ; ଭାଙ୍ଗି ପଡ଼ିଲେ ପରିବାର…

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଟାଉନ ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ନିଖୋଜ ସନ୍ତୋଷ ପାଣ୍ଡେଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ନିଜ ଚାଷଜମିରୁ ତାଙ୍କ ମୃତଦେହ ମିଳିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପାରିପାଶର୍‌ବିକ ସ୍ଥିତିରୁ କ୍ଷେତରେ ଥିବା ସମୟରେ ବଜ୍ରପାତ ହେବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ସୂଚନାନୁଯାୟୀ,ଗତ ୧୦ତାରିଖ ଅପରାହ୍ନ ୪ଟା ସମୟରେ ସେ କ୍ଷେତକୁ ଯାଇ ଆଉ ଫେରି ନ ଥିଲେ। ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କ ସନ୍ଧାନ ପାଇ ପାରି ନ ଥିଲେ । ଏ ନେଇ ସନ୍ତୋଷଙ୍କ ପୁଅ ଚନ୍ଦନ ପାଣ୍ଡେ ଲିଖିତ ଜଣାଇଥିଲେ। ଅନ୍ୟପକ୍ଷରେ କ୍ଷେତ ଭିତରେ ସନ୍ତୋଷଙ୍କ ମୃତଦେହ ପଡିଥିବା ଶନିବାର ଦେଖିବାକୁ ମିଳିଥିଲା। ଘଟଣାଟି ଅଞ୍ଚଳବାସୀଙ୍କୁ ଶୋକାଭିଭୁତ କରି ପକାଇଛି।