ବୃଦ୍ଧାଶ୍ରମରୁ ଦୁର୍ବୃତ୍ତ ଚୋରି କରିନେଲେ ବିଭିନ୍ନ ସାମଗ୍ରୀ, ପୋଲିସର ତନାଘନା

ଛତ୍ରପୁର,୯ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀସ୍ଥିତ ଯଶୋଦା ଫାଉଣ୍ଡେଶନ ଆଣ୍ଡ ଟ୍ରଷ୍ଟ ଆନୁକୂଲ୍ୟରେ ଥିବା ‘କସ୍ତୁରବା ବୃଦ୍ଧାଶ୍ରମ ଗୃହରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଟ୍ରଷ୍ଟି ସାଗରିକା ପଣ୍ଡା ଲିଖିତ ଭାବେ ଛତ୍ରପୁର ଥାନାରେ ଏତଲା ଦେଇଛନ୍ତି। କସ୍ତୁରବା ବୃଦ୍ଧାଶ୍ରମ ଗୃହରେ ଟ୍ରଷ୍ଟ କାର୍ଯ୍ୟକ୍ରମ ନେଇ ବିଭିନ୍ନ ସରଞ୍ଜାମ ରହୁଥିଲା। ମାତ୍ର ସାମନା ପଟ ଲୁହା ଗ୍ରୀଲ୍‌ ଗେଟ ଭାଙ୍ଗି ବିଭିନ୍ନ ସାମଗ୍ରୀ ଯଥା ପାଣି ପମ୍ପ, ଘାସକଟା ଯନ୍ତ୍ର, ପ୍ଲାଷ୍ଟିକ ଡ୍ରମ୍‌, ମଗ, ବାଲ୍‌ଟି ସହିତ ଆନ୍ୟନ୍ୟ ସାମଗ୍ରୀଗୁଡ଼ିକ ଦୁର୍ବୃତ୍ତମାନେ ଚୋରି କରି ନେଇଯାଇଛନ୍ତି ବୋଲି ଟ୍ରଷ୍ଟ ପକ୍ଷରୁ ଏତଲାରେ ଦର୍ଶାଯାଇଛି। ଅନ୍ୟପଟେ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗୃହରେ ଯଶୋଦା ଫାଉଣ୍ଡେଶନ ଆଣ୍ଡ ଟ୍ରଷ୍ଟ ପକ୍ଷରୁ ମହିଳା ସଂଘମାନଙ୍କୁ ନେଇ ବୈଠକ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।

Dharitri – Odisha’s No.1 Odia Daily