ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅମରପାଲି,୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସଗାଯୋରୀ ଛକରେ କେତେଜଣ ଦୃବୁର୍ତ୍ତ ବୁଧବାର ରାତିରେ ଏକ ଦୋକାନ ଗୃହ ଭାଙ୍ଗି ଦେବା ସହିତ ୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗୁଲେଖ ସାହୁ ନାମକ ଜଣେ ବ୍ୟକ୍ତି ସାଗଯୋରୀ ଛକରେ ଏକ ଦୋକାନ କରି ବାରା ପକୁଡ଼ି ବିକ୍ରି କରିବା ସହିତ ସାଇକେଲ ମରାମତି କରୁଥିଲେ। ଉକ୍ତ ଦୋକାନ ଗାଁ ରୁ ଟିକିଏ ଦୂରରେ ଥିବା ବେଳେ ବୁଧବାର ରାତିରେ ଦୋକାନ ମାଲିକ ମଧ୍ୟ ନ ଥିଲେ। ଏହାର ସୁଯୋଗ ନେଇ କେତେଜଣ ଦୃବୁର୍ତ୍ତ ଦୋକାନ ଘରର ଆଜେବେଷ୍ଟକୁ ଭାଙ୍ଗି ଦେବା ସହିତ ଦୋକାନରେ ଥିବା ୫ହଜାର ୬୦୫ ଟଙ୍କା ମଧ୍ୟ ନେଇଯାଇଛନ୍ତି। ଏନେଇ ଗୁଲେଖ ହରିହର ଯୋର ( ଠେଙ୍ଗୋ ଡ୍ୟାମ) ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଥିବା ଫାଣ୍ଡି ଅଧିକାରୀ ଭୂନ୍ଦ୍ର ବରାଳ ପ୍ରକାଶ କରିଛନ୍ତି।

 

Dharitri – The Largest & Most Trusted Odia Daily