ମହିଳା କର୍ମଚାରୀଙ୍କୁ ଅସଦାଚରଣ: ଗିରଫ ପରେ ନିଲମ୍ବିତ ହେଲେ ସହକାରୀ ଶାଖା ପରିଚାରକ

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ)-ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କ, ସୋହେଲାର ଶାଖା ପରିଚାଳକ ପ୍ରଭଞ୍ଜନ ମାଝୀଙ୍କୁ ସୋମବାର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅପରପକ୍ଷେ ସହକାରୀ ଶାଖା ପରିଚାଳକ ପ୍ରିୟଙ୍କା ବାରିକଙ୍କୁ ସୋହେଲା ଶାଖାର ଶାଖା ପରିଚାଳକଭାବେ ଅବସ୍ଥାପିତ କରାଯାଇଛି। ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ବରଗଡ଼ସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ପତ୍ରସଂଖ୍ୟା-୨୩୦୧୭ ତା-୧୮।୮।୨୦୨୫ରିଖରେ ଉଲ୍ଲେଖ ରହିଛି, ଗତ ୧୬ତାରିଖରୁ ଶାଖା ପରିଚାଳକ ମାଝୀ ପୋଲିସ ଦ୍ୱାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତ। ଏହି ଦୃଷ୍ଟିରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସେହି ପତ୍ରରେ ଉଲ୍ଳେଖିତ ରହିଛି।

ପ୍ରକାଶଥାଉ କି, ନିଲମ୍ବିତ ଶାଖା ପରିଚାଳକ ମାଝୀ ପଦ୍ମପୁର ଶାଖାରେ କାର୍ଯ୍ୟରତ ଥିବାବେଳେ ସେଠାରେ ଜଣେ ମହିଳା କର୍ମଚାରୀଙ୍କ ପ୍ରତି ବାରମ୍ବାର ଅସଦାଚରଣ କରି ଆସୁଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ମହିଳା କର୍ମଚାରୀ ପଦ୍ମପୁର ଥାନାରେ ଏତଲା ଦେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ସେ ଏବେ ପଦ୍ମପୁର ଉପ କାରାଗାରରେ ବିଚାରାଧିନ ବନ୍ଦୀଭାବେ ରହିଛନ୍ତି।

Share
Tags: odisha