୨ ସାଙ୍ଗଙ୍କ ସହ ମାଛ ଧରିବାକୁ ଯାଇଥିଲେ, ନାଳରେ ଭାସିଲା ଛାତ୍ରଙ୍କ ମୃତଦେହ; ସନ୍ଦେହରେ…

ପାଟଣା,୨୫।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପୋଷି ପଞ୍ଚାୟତ କେତାଙ୍ଗ ଗ୍ରାମ ନାଳରୁ ମଙ୍ଗଳବାର ଜଣେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି କେତାଙ୍ଗ ଗ୍ରାମର ପ୍ରମୋଦ କୁମାର ନାଏକଙ୍କ ପୁଅ ଆକାଶ(୧୫)।

ସୂଚନା ଅନୁଯାୟୀ, ସୋମବାର ୧୧ଟାରେ ଆକାଶ ଗାଁ ର ଆଉ ୨ସାଙ୍ଗଙ୍କ ସହ ମିଶି ନାଳକୁ ମାଛ ଧରିବା ପାଇଁ ଯାଇଥିଲେ। ୨ ସାଙ୍ଗ ଘରକୁ ପ୍ରଥମେ ଚାଲି ଆସିଥିବା ବେଳେ ଆକାଶ ଘରକୁ ଫେରି ନ ଥିଲେ। ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ମଙ୍ଗଳବାର ନାଳରେ ଆକାଶଙ୍କ ମୃତଦେହ ଭାସୁଥିବା ଦେଖି ଘଟଗାଁ ପୋଲିସ ଓ ପାଟଣା ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ପାଟଣା ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଥିଲେ। ମଙ୍ଗଳବାର ସା ହୋଇଥିବାରୁ ମୃତଦେହକୁ ବ୍ୟବଚ୍ଛେଦ କରାଯାଇପାରି ନାହିଁ । ମୃତଦେହକୁ କେନ୍ଦୁଝର ଶବଗୃହରେ ରଖାଯାଇଛି । ଏନେଇ ଘଟଗାଁ ଥାନା ରେ ୫୭/୨୫ରେ ମାମଲା ରୁଜୁ ହୋଇଛି ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ଫାଣ୍ଡି ଅଧିକାରୀ ନାଏକ କହିଛନ୍ତି।

Dharitri – Odisha’s No.1 Odia Daily

Share