ଖଡ଼ିଆଳ,୨।୯(ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ସିନାପାଲି ସଦର ଗାଁରୁ ଗୋଡାଲ ଗାଁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନରେ କାମ କରୁଥିବା ଜଣେ ନାବାଳକ ଶ୍ରମିକର ବିଦ୍ୟୁତ ଆଘାତରେ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ, ସିନାପାଲିସ୍ଥିତ ଗୋଡାଲ ଗାଁକୁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନ ଦୀର୍ଘ ବର୍ଷରୁ ରହିଅଛି l ଏହି ଦୋକାନରେ ମୃତକ ନାବାଳକ ଶ୍ରମିକ ଦୀର୍ଘ ଛଅ ସାତ ମାସ ହେବ ଦୋକାନ ରେ କାମ କରିବା ସହିତ ମାଲିକଙ୍କ ଅନ୍ୟାନ୍ୟ ଘର କାମରେ ମଧ୍ୟ ନିୟୋଜିତ ହେଉଥିଲେ l ସବୁଦିନ ଭଳି ମଧ୍ୟ ନାବାଳକ ଶ୍ରମିକ ଦୋକାନର କାମ କରିବା ସହ ଘର କାମ କଲାବେଳେ ଲୁହା ରଡ଼ ନେବା ସମୟରେ ଘର ପାଖରେ ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ l ଯାହା ଫଳରେ ନାବାଳକ ଶ୍ରମିକ ବିଦ୍ୟୁତ ସସ୍ପର୍ଶରେ ଆସି ସେଠାରେ ଟଳି ପଡ଼ିଥିଲେ l ତାଙ୍କୁ ସେଠାରୁ ସିନାପାଲି ଡାକ୍ତରଖାନା ନିଆ ଯାଇଥିଲା ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ମୃତକ ନାବାଳକ ଶ୍ରମିକ ସିନାପାଲି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମର ଧନସେ ହରିଜନଙ୍କ ପୁଅ କୁବେର ହରିଜନ (୧୭ବର୍ଷ ) ବୋଲି ଜଣାପଡିଛି l ଏନେଇ ସିନାପାଲି ଥାନାରେ ଏକ କେଶ ନମ୍ବର ୧୫/୦୧.୦୯.୨୫ ରେ ରୁଜୁ ହୋଇଥିବା ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି l ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି l