ବେଙ୍ଗାଲୁରୁ,୨୪ା୫: କର୍ନାଟକର ବେଲଗମ୍ ଜିଲାରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ସନ୍ଥଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ବେଲଗମ୍ ଜିଲା ରାଇବାଗ ତାଲୁକ ଅନ୍ତର୍ଗତ ମେଖାଲି ଗ୍ରାମରେ ଥିବା ରାମମନ୍ଦିରର ସନ୍ଥ ଲୋକେଶ୍ୱର ମହାରାଜ।
ସେ ୧୭ ବର୍ଷୀୟାଙ୍କୁ କାର୍ରେ ନେଇ ଘରେ ଛାଡ଼ିଦେବାକୁ କହି ବାଗଲକୋଟ ସହରର ଏକ ଲଜ୍କୁ ନେଇ ସେଠାରେ ବଳାତ୍କାର କରିଥିଲେ ବୋଲି ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପରେ ସେ ପୀଡ଼ିତାଙ୍କୁ ରାଇଚୁର ନେଇ ଯୌନ ନିର୍ଯାତନା ଦେଇ ମହାଲିଙ୍ଗପୁର ବସ୍ଷ୍ଟାଣ୍ଡରେ ଛାଡ଼ି ଚାଲିଯାଇଥିଲେ। ସନ୍ଥଙ୍କ ନାମରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ)ରେ ବାଗଲକୋଟ ଥାନାରେ ମାମଲା ରୁଜୁ ହୋଇଛି।