ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ।
ସୂଚନାଯୋଗ୍ୟ, ଜଣେ ନାବାଳିକା ପ୍ରସବ କରିବା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଶୁକ୍ରବାର ରାତିରେ ଆସିଥିବା ବେଳେ ତାଙ୍କ ବୟସ ୧୮ବର୍ଷରୁ କମ ହୋଇଥିବା ମେଡିକାଲ କର୍ତ୍ତୃପକ୍ଷ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଧର୍ମଶାଳା ପୋଲିସ ମେଡିକାଲରେ ପହଞ୍ଚି ଆଣିଥିବା ପରିବାର ଲୋକଙ୍କ ମଧ୍ୟରୁ ସ୍ବାମୀ ପରିଚୟ ଦେଇଥିବା ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜାଣିବାକୁ ମିଳିଛି। ଏହି ଘଟଣାଟି ଚଢ଼େଇଧରା ଥାନା ଅଞ୍ଚଳର।
ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ସ୍ପଷ୍ଟ ପ୍ରଣାମ ଆଧାରରେ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧର୍ମଶାଳା ଭାରପ୍ରାପ୍ତ ଥାନାଅଧିକାରୀ ରମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
Dharitri – Odisha’s No.1 Odia Daily