ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ; ପୀଡିତ ପରିବାରକୁ ଆକ୍ରମଣ ଉଦ୍ୟମ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ମା’ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।

ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୮୭/୨୫ ଅନୁଯାୟୀ ଅଭିଯୁକ୍ତ ଆଶିଷ ଦାସଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଏସ.ଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଅପରାହ୍ନ ପ୍ରାୟ ୨ ଟାରେ ନାବାଳିକା ଜଣକ ଘର ନିକଟ ନଳକୂପକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ନାବାଳିକାଙ୍କୁ ଏକୁଟିଆ ପାଇ ତାଙ୍କୁ ନିକଟସ୍ଥ ନୂଆ ପୋଖରୀ ହୁଡ଼ାକୁ ଭିଡିନେଇ ବଳାତ୍କାର ଉଦ୍ୟାନ କରିଥିଲେ।ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ଘର ଭିତରକୁ ଦୌଡ଼ି ପଳାଇଥିଲେ।

ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ପହଞ୍ଚି ତାଙ୍କ ମା’ କୁ ଘଟଣା କହିଥିଲେ। ଜେଜେ ବାପା ଘରେ ପହଞ୍ଚି ଘଟଣା ଜାଣିବା ପରେ ଅଭିଯୁକ୍ତଙ୍କ ଘରକୁ ଯାଇ ପଚାରିବାରୁ ତାଙ୍କୁ ଅଭିଯୁକ୍ତଙ୍କ ବାପା ଜଟିଆ ଦାସ ଏବଂ ତାଙ୍କ ସ୍ତ୍ରୀ ହାତରେ କଟୁରୀ ଧରି ମାରିବାକୁ ଗୋଡାଇଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଏନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

Share