ନିଶା କାରବାରକୁ ନେଇ ନାବାଳକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ଉତ୍ତେଜନା

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭୁତାପ ଓରାମପଡ଼ାରେ ଜଣେ ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ନିଶା କାରବାରକୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ମୃତ ନାବାଳକ ମହମ୍ମଦ ରିଙ୍କୁ(୧୭) ବୋଲି ପରିଚୟ ମିଳିଛି। ଖବର ପାଇ ଧନୁପାଲି ଥାନା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ମୃତକଙ୍କ ସମ୍ପର୍କୀୟ ବଡ଼ ଭାଇଙ୍କ ଅଭିଯୋଗ ଆଧାରରେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହତ୍ୟାକାଣ୍ଡକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷାକୁ ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।