ପାଇକମାଳ,୧୫।୫(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକ ପୁରେନା ଗ୍ରାମରେ ଗୁରୁବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତ ଧରୁଆ (୮)।
ଗୁରୁବାର ଅପରାହ୍ନ ୩ଟାରେ ପୁରେନା ଗ୍ରାମର ରଞ୍ଜିତଙ୍କ ସମେତ ଓ ସନୋ ଦନସନା (୧୧) ଏକ ଜାମୁକୋଳି ଗଛ ତଳେ ଖେଳୁଥିଲେ। ଏହି ସମୟରେ କାଳବୈଖାଖୀ ଯୋଗୁ ବଜ୍ରପାତ ଘଟି ରଞ୍ଜିତ ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ସନୋ ଆହତ ହୋଇ ପାଇକମାଳ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।