ସୋର,୧୧।୩: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ବଜାର ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସ୍କୁଟି-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।
ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଏନେଇ ଘଟଣାସ୍ଥଳର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଫେରାର ଥିବା ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରିବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ଲୋକ ଦାବି କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।