ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ ଦିଆଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ୧୫ ଲକ୍ଷ ରାଶନ କାର୍ଡ ଆପ୍ରୁଭ ହୋଇକି ରହିଛି। ବର୍ତ୍ତମାନ ୬ ଲକ୍ଷ ୩୯ ହଜାର ଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ପାଇ ସାରିଛନ୍ତି। ବର୍ତ୍ତମାନ ଯେଉଁମାନେ ଆବେଦନ କରିବେ ସର୍ଭେ କରି ହିତାଧିକାରୀଙ୍କୁ ରାଶନ କାର୍ଡ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।