୧୫ ସିବିଆଇ ଅଫିସରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲ

ନୂଆଦିଲ୍ଲୀ,୧୪ା୮ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୧୫ ଜଣ ଅଫିସର ଉଲ୍ଲେଖନୀୟ ତଦନ୍ତ ପାଇଁ ଚଳିତବର୍ଷ ସମ୍ମାନଜନକ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ପୁରସ୍କୃତ ହେବା ଲାଗି ମନୋନୀତ ହୋଇଛନ୍ତି। ପୁରସ୍କାର ପାଇବାକୁ ଥିବା ଅଫିସରମାନେ ହେଲେ ସିବିଆଇ ଏସ୍‌ପି ବିଦ୍ୟୁତ୍‌ ବିକାଶ, ଆସିଷ୍ଟାଣ୍ଟ ଏସ୍‌ପି ତଥାଗତ ବର୍ଦ୍ଧନ, ଡିଏସ୍‌ପି ମୁକେଶ କୁମାର, ଆଲୋକ କୁମାର ଶାହି, ରୁବି ଚୌଧରୀ, ଦୀପକ କୁମାର ପୁରୋହିତ, ଅଖିଲ ପାଣ୍ଡେ, ଇନ୍ସପେକ୍ଟର ହୁକମବୀର ଆଟ୍ରି, ଦିନେଶ କୁମାର, ଜାହିର ଅଖତର ଅନସାରୀ, ଶୀତଲ ଅରୁଣ ଶେଣ୍ଡଗେ, କମଳେଶ ଚନ୍ଦ୍ର ତିଓ୍ବାରି, ରାହୁଲ ରାଜ, ସୁବ୍ରମଣ୍ୟମ ଲକ୍ଷ୍ମୀଭେଙ୍କଟ ଗଲି ଏବଂ ସନ୍ତୋଷ କୁମାର ଅରେକାଥ।