ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସଭା କର୍ଯ୍ୟ ଚାଲିଥିବା ବେଳେ ମନ୍ତ୍ରୀ ଏବଂ ବିଧାୟକଙ୍କ ମଧ୍ୟରେ ଟୁପୁର୍ଫୁସୁର୍ କଥା ହେଉଥିବା ଦେଖିବାକୁ ମିଳିଥିଲା।
ଆଗକୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା ହେଉଥିବା ବେଳେ ଶନିବାର ସଭା ମଞ୍ଚରେ ବିଧାୟକ ଏବଂ ମନ୍ତ୍ରୀଙ୍କ ଟୁପୁର୍ଫୁସୁର୍ ଆଲୋଚନା ଏବେ ବଲାଙ୍ଗୀର ସହରରେ ବେଶ ଚର୍ଚ୍ଚା ହେଉଛି।