ଅତ୍ୟାଧୁନିକ ଶୁଖୁଆ ମାର୍କେଟ୍‌ ବିଲ୍ଡିଂ ଶୁଭାରମ୍ଭ କଲେ ମନ୍ତ୍ରୀ

ଗଞ୍ଜାମ,୨୧ା୧୧(ବିଦ୍ୟାଧର ସାହୁ): ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ହୁମା ହାଟ ପଡ଼ିଆଠାରେ ଥିବା ଅତ୍ୟାଧୁନିକ ଶୁଖୁଆ ମାର୍କେଟ ବିଲ୍ଡିଂ ଶୁକ୍ରବାର ଶୁଭାରମ୍ଭ ହୋଇଛି। ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ଉପସ୍ଥିତ ଥିଲେ। ପୂର୍ବ ସରକାର ସମୟରେ ୨୦୧୮ରେ ଏହି ଅତ୍ୟାଧୁନିକ ଶୁଖୁଆ ମାର୍କେଟ ବିଲ୍ଡିଂ ଓ ବାଉଣ୍ଡ୍ରିୱାଲ ନିର୍ମାଣ ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ବ୍ରିଜ ଆଣ୍ଡ୍‌ ରୁଫ୍‌ ବିଭାଗ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ଦୁଇଟି ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବ୍ରିଜ୍‌ ଆଣ୍ଡ୍‌ ରୁଫ କମ୍ପାନୀର ବରିଷ୍ଠ ପ୍ରବନ୍ଧକ ସନ୍ତୋଷ କୁମାର ମହାନ୍ତି, ଭେଙ୍କେଟ ରାଓ ଏବଂ ଅଶ୍ୱିନୀ କୁମାର ସାହୁ ପ୍ରମୁଖ ଉଦ୍‌ଘାଟନ ବେଳେ ଉପସ୍ଥିତ ଥିଲେ l ଏଠାକୁ ଆସୁଥିବା ଶୁଖୁଆ ବ୍ୟବସାୟୀଙ୍କ ରାତ୍ର ରହଣି, ଆବଶ୍ୟକ ଶୌଚାଳୟ ଆଦି ବ୍ୟବସ୍ଥା ଥିବା ବିଭାଗ ପକ୍ଷରୁ କୁହାଯାଇଛି।

 

Dharitri – Odisha’s No.1 Odia Daily

Share
Tags: dry fish