ଗୋପାଳପୁର,୩୧ା୮(ନବୀନ ରାଜ ଆଚାରୀ): ରବିବାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ସକାଳେ କାର୍ଯ୍ୟାଳୟରେ ପରିଷଦ ଅଧ୍ୟକ୍ଷ ଏ.ଜାନକୀ ରାମ ପତାକା ଉତ୍ତୋଳନ କରିଥିଲେ। ପରେ ନୂଆବସ୍ ଷ୍ଟାଣ୍ଡ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ପରିଷଦ ଅଧ୍ୟକ୍ଷ ଏ.ଜାନକୀ ରାମ, ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ, ବ୍ରହ୍ମପୁର ଏମ୍ପିଙ୍କ ପ୍ରତିନିଧି ଇ.ଲୋକନାଥ, ମନ୍ତ୍ରୀ ପ୍ରତିନିଧି ପଞ୍ଚୁ ବେହେରା ଓ୍ବାର୍ଡ ସଭ୍ୟମାନେ ମଞ୍ଚାସୀନ ଥିଲେ। ୧୯୬୧ର ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା ସମସ୍ତଙ୍କୁ ଆକର୍ଷଣ କଲା ଭଳି ଏ ମାଟି ସମର୍ଥ ଅଛି ବୋଲି ମନ୍ତ୍ରୀ ଜେନା କହିଥିଲେ। ସମୁଦ୍ର ବେଳାଭୂମିକୁ ଅଧିକରୁ ଅଧିକ ଆକର୍ଷଣ କରାଯିବ ଏବଂ ସ୍ବାୟତ୍ତ ଶାସନ ଦିବସରେ ସଂକଳ୍ପ ନେଇ ସ୍ବଚ୍ଛତା ଅଲମ୍ବନ କରି ଗୋଟି ଗୋଟି ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ମନ୍ତ୍ରୀ ଆହ୍ବାନ କରିଥିଲେ। ବିଜ୍ଞାପିତ ଅଞ୍ଚଳରେ ହୋଉଥିବା କାର୍ଯ୍ୟକୁ ସ୍ବଚ୍ଛତା ରହିବା ଦରକାର। କୌଣସି କାର୍ଯ୍ୟରେ ଲାଞ୍ଚ ମାଗିଲେ ମୋତେ କହିବା ସହ ଦୃଷ୍ଟି ଆକର୍ଷଣ କରିବା କହିଥିଲେ। ସଫେଇ କର୍ମଚାରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ହୋଇଥିବା ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ କୃତୀ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ଦ୍ୱାରା ପୁରସ୍କାର ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକ ଓ ଖବରଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କନିଷ୍ଠ ଯନ୍ତ୍ରୀ ମନଜିତା ରଥ, ସାଗରିକା ବିଷୋୟୀ, ପ୍ରଭାତ ରଞ୍ଜନ ବାରିକ, ପୂର୍ବତନ ଉପାଧ୍ୟକ୍ଷ ଓ୍ବାଇ. ନାଗରତମ,ଓ୍ବାର୍ଡସଭ୍ୟ ଏସ୍ ବୀରେନ କୁମାର, କଳ୍ପନା ବେହେରା, ରଚନି କୁମାରୀ ନାୟକ, ନିର୍ମଳା କୁଜୁର, ସୁନିତା ସାହୁ, କେ. କାଲେସୁ, ଏମ୍ କାମେଶ୍ୱରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।