ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏମ୍‌୨୩ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ରୁବାୟା ଖଣି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ଖଣି ଭୁଶୁଡ଼ି ପଡିଥିବା ନର୍ଥ କିଭୁ ପ୍ରଦେଶର ଗଭର୍ନରଙ୍କ ମୁଖପାତ୍ର କହିଛନ୍ତି। ଆହୁରି ଅନେକ ଲୋକ ଖଣି ଭିତରେ ଫସିରହିଥିବା ସେ କହିଛନ୍ତି।

ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ସାରା ବିଶ୍ୱ ଯୋଗାଣ କରୁଥିବା ଟାଣ୍ଟାଲମ୍‌ର ୧୫ ପ୍ରତିଶତରୁ ଊର୍ଦ୍ଧ୍ୱ କୋଲଟାନ୍‌ରୁ ଉତ୍ତୋଳନ ହୋଇଥାଏ। ସ୍ମାର୍ଟଫୋନ୍‌, କମ୍ପ୍ୟୁଟର, ବିମାନ ଇଞ୍ଜିନ୍‌ ଆଦି ନିର୍ମାଣରେ ଟାଣ୍ଟାଲମ୍‌ ମୁଖ୍ୟ ଉପାଦାନ। ୨୦୨୪ ମେ’ରେ ଏମ୍‌୨୩ ବିଦ୍ରୋହୀ ଉରୁବୟା ସହରକୁ କବ୍‌ଜା କରିବା ସହ ଖଣିଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ।