ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି ଟଙ୍କାର ଔଷଧ ମାଗଣାରେ ବିତରଣ କରୁଛନ୍ତି। ଏଥି ପାଁଇ ସରକାର ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।ତେବେ ମାଗଣାରେ ଲୋକଙ୍କୁ ଔଷଧ ଦେବା ପରିବର୍ତ୍ତେ ଲୋକ ଔଷଧ ଦୋକାନରୁ କିଣୁଛନ୍ତି ।
ଏକ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜାତୀୟ ରାଜପଥ ୩୨୬ ରାସ୍ତା କଡ଼ର ପାର୍ଶରେ କୁଡ଼କୁଢ଼ ମେଡଶିନ ପେଟି ଫୋପଡ଼ା ଯାଇଛି। ତେବେ ଏତେ ପରିମାଣର ମେଡ଼ଶିିନ କେଉଁ କାରଣରୁ ଫିଙ୍ଗା ଗଲା ଆଉ କିଏ ଫିଙ୍ଗିଲା ତାହା ଏବେ ପ୍ରଶ୍ନବାଚି । ଏ ନେଇ ମୋହନା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ଅଧିକାରୀ ଜୟ ପଣ୍ଡାଙ୍କୁ ପଚାରିବାରୁ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇ ରାସ୍ତା କଡରେ ପଡ଼ିଥିବା କିଛି ଔଷଧ ଅଣାଯାଇଛି। ଏହି ବିଷୟରେ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ତଦନ୍ତ ଚାଲୁ ରହିଛି । ତଦନ୍ତ ପରେ ସତ୍ୟସତ୍ୟ ଜଣାପଡିବ ବୋଲି କୁହାଯାଇଛି।