ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦ ହଜାର ୩୧୮ ଚାଷୀଙ୍କଠାରୁ ୫ଲକ୍ଷ ୧୨ ହଜାର ୬୧୯ କୁଇଣ୍ଟାଲ ଧାନ କିଣାଯାଇଛି।
ବିଭିନ୍ନ ଦାବି ପୂରଣ ନେଇ ମିଲର୍ସମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ହେଲେ ସରକାର ମିଲରେ ଧାନ ରକ୍ଷଣାବେକ୍ଷଣ ବାବଦ ଅର୍ଥ ଦେବାକୁ ସରକାର ରାଜି ହୋଇଛନ୍ତି। ଏପରିକି ବଳକା ଦାବି ୧୫ ଦିନ ମଧ୍ୟରେ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ମିଲର୍ସ ମଣ୍ତିରୁ ଧାନ ଉଠାଯାଇଛି।
ଗୁରୁବାର ଥିବାରୁ ଚାଷୀମାନେ ମଣ୍ତିକୁ ଧାନ ଆଣି ନ ଥିଲେ। ବିଭିନ୍ନ ଦାବି ନେଇ ରାଜ୍ୟ ମିଲର୍ସ ଆସୋସିଏଶନର ନିଷ୍ପତ୍ତିକୁ ସମର୍ଥନ କରି ଆନ୍ଦୋଳନକୁ ଓହ୍ଲାଇଥିଲା। ଫଳରେ ଦୁଇଦିନ ହେଲା ଜିଲାରେ ଧାନକିଣା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ମଣ୍ତିକୁ ଧାନ ଆଣି ଚାଷୀ ହଇରାଣ ହୋଇଥିଲେ। ଡିସେମ୍ୱର ୧୧ରୁ ଧାନ ବିକ୍ରି କରିବାକୁ ଟୋକନ ପାଇଥିବା ଚାଷୀ ଚିନ୍ତାରେ ପଡିଯାଇଥିଲେ।