ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍ ଗୁଣ ରହିଛି। ତାହା କ’ଣ ଜାଣନ୍ତି? ପ୍ରତିିଦିନ କ୍ଷୀର ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। କ୍ଷୀରର ଅଧିକ ଉପକାରୀ ଗୁଣ ବିଷୟରେ ତର୍ଜମା କରିବା ସମୟରେ ଟୋକିଓ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକଥା ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, ଏଭଳି ସିଦ୍ଧାନ୍ତରେ ପହଞ୍ଚତ୍ବା ପୂର୍ବରୁ ସେମାନେ ରୋଗପ୍ରତିରୋଧକ ଶକ୍ତିଜନିତ ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ଏହି ସର୍ଭେର ପରିସରଭୁକ୍ତ କରିଥିଲେ। ସର୍ଭେ ସମୟରେ ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଆଯିବା ସହ ନିୟମିତ କ୍ଷୀର ପିଇବାକୁ ସେମାନେ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ, ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏମାନଙ୍କର ରୋଗପ୍ରତିରୋଧକ ଶକ୍ତିରେ କେତେ ଉନ୍ନତି ଘଟୁଛି ତାହାକୁ ମଧ୍ୟ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ପରିଶେଷରେ ଜଣାପଡିଥିଲା ଯେ ସବୁଦିନ କ୍ଷୀର ପିଇବା ଫଳରେ ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ପୂର୍ବାପେକ୍ଷା ଦୃଢ଼ ହୋଇଛି।