ସାମରିକ ଶାସକଙ୍କ କଟକଣା: ପ୍ରଭାବିତ ହେଉଛି ମ୍ୟାନ୍‌ମାର ଅର୍ଥନୀତି

ନାପିତ୍ୱ,୧୮।୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ କଟକଣା ଯୋଗୁ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ରାତ୍ର କାଳୀନ କର୍ଫ୍ୟୁ ଜାରି ହେବା ସହିତ ଇଣ୍ଟରନେଟ୍‌ ସେବା ଉପରେ ରାତ୍ର ୧ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି। ଏହା ଅନ୍‌ଲାଇନ୍‌ କାରବାର ଉପରେ ନକରାତ୍ମକ ପ୍ରଭାବ ପଡୁଥିବା ଲୋକେ କହିଛନ୍ତି। ପୂର୍ବ ତୁଳନାରେ ଏବେ ଅନ୍‌ଲାଇନ କାରବାର ଅଧା କମି ଯାଇଛି। କରୋନା ମହାମାରୀ ଯୋଗୁ ବ୍ୟବସାୟିକ ସଂସ୍ଥା ଡିଜିଟାଲ ବ୍ୟବସାୟକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ମାତ୍ର ଏବେ ଇଣ୍ଟରନେଟ୍‌ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିବାରୁ ସାମରିକ ସରକାର ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି।