ମୋହନା,୧୧।୧୦( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଅଞ୍ଚଳ ରେ ହାଲକା ଶୀତ ସହ ଘନ କୁହୁଡି ଦେଖାଦେଇଛି । ମୋହନା ଅଞ୍ଚଳ ଏକ ପାହାଡିଆ ଅଞ୍ଚଳ ହୋଇଥିବା ପାଇଁ ଅଧିକ କୁହୁଡି ଦେଖାଦିଏ । ମୋହନାକୁ ଦାରିଙ୍ଗବାଡି ଅତି ନିକଟ ହେବାଯୋଗୁ ଏଠାରେ ଅଧିକ ଶୀତ ଅନୁଭବ ହୁଏ। କିଛିଦିନ ଦେବ ଗଜପତି ଜିଲାରେ ଲଗାଣ ବର୍ଷା ଲାଗି ରହିଥିଲା । ବର୍ଷା ଛାଡିବାପରେ କିଛି ସ୍ଥାନରେ ରାସ୍ତା ଧୋଇହୋଇ ଯାଇଛି । ଯାହା ଫଳରେ ଗୋଟିଏ ପଟେ ରାସ୍ତା ଧୋଇ ହୋଇଯିବା ସହ କୁହୁଡି ଦେଖାଦେଇଛି । କୁହୁଡି ଦେବା ଫଳରେ ଜାତୀୟ ରାଜପଥରେ ଯାନବାହାନ ଯାତାୟାତ କରିବା ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ପାଗ ପରିବର୍ତ୍ତନ ହୋଇଛି ଯାହା କି ହାଲକା ଶୀତ ସହ କୁହୁଡି ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ସକାଳୁ ସକାଳୁ ହାଲକା ଶୀତୁଆ ପାଇଁ ଚା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
Dharitri – The Largest & Most Trusted Odia Daily