ମାଇକେଲ କ୍ଲାର୍କଙ୍କ ବଡ଼ ବୟାନ…ଏହି ଖେଳାଳିଙ୍କ ଦୟାରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ମିିଳିଛି ସୁଯୋଗ

ନୂଆଦିଲ୍ଲୀ,୧୧।୫: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଚୟନ ହୋଇଥିବା ଭାରତୀୟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଯଦି ରୋହିତ ଚାହିଁ ନ ଥାନ୍ତେ ତେବେ ହାର୍ଦ୍ଦିକଙ୍କ ଚୟନ ହୋଇପାରି ନ ଥାନ୍ତା। ଏପରିକି ଆଇପିଏଲ୍‌ ସମୟରେ ଯେଉଁଭଳି ମତଭେଦ ଦେଖାଯାଉଛି ସେଭଳି କିଛି ନାହିଁ ବୋଲି ସେ କହିଛନ୍ତି।

କ୍ଲାର୍କ ଏକ ପୋଡକାଷ୍ଟରେ କହିଛନ୍ତି, ରୋହିତଙ୍କୁ ମୁଁ ଜାଣିଛି। ସେ ହାଦ୍ଦର୍ର୍ିକଙ୍କୁ ପାଖରେ ରଖିବେ।ଏହା ଦେଖାଏ ଯେ ସେ କେମିତି। ସେ ଭାରତୀୟ ଟିମ୍‌ର ଅଧିନାୟକ। ବିଶ୍ୱାସ କରନ୍ତୁ…ସେ ବିଶ୍ୱକପ୍‌ ଜିତିବାକୁ ଚାହୁଁଛନ୍ତି। ବିଶ୍ୱକପ୍‌ ଲାଗି ଯେଉଁ ୧୫ ଭାରତୀୟ ଖେଳାଳି ଚୟନ କରାଯାଇଛି ସେଥିରେ ରୋହିତଙ୍କ ବଡ଼ ଯୋଗଦାନ ରହିଛି।

କ୍ଲାର୍କ ଆହୁରି କହିଛନ୍ତି, ଏହା ଅଷ୍ଟ୍ରେଲିଆ ଟିମ୍‌ର ୧୫ ଖେଳାଳି ଚୟନଠାରୁ ବହୁତ ଅଲଗା। ଯଦି ରୋହିତ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଥାନ୍ତା ଯେମିତି ଲୋକେ ଭାବୁଛନ୍ତି, ତେବେ ହାର୍ଦ୍ଦିକ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ନ ଥାନ୍ତେ। କାରଣ ଭାରତୀୟ ଅଧିନାୟକଙ୍କ ଶକ୍ତି ଅଧିକ। ବିବାଦ ତ ରହିଥିଲା, ହେଲେ ଏହାଦ୍ୱାରା ସେମାନଙ୍କ ମଧ୍ୟର ବନ୍ଧୁତା, ଦଳ ଚୟନ ଉପରେ ଫରକ ପଡ଼ିନାହିଁ। ହାର୍ଦ୍ଦିକ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦିଅନ୍ତୁ ବୋଲି ରୋହିତ ଚାହିଁବେ ବୋଲି ସେ କହିଛନ୍ତି।

Share
Tags: Sports News