Categories: Home Leftଖେଳ

ଟସ୍‌ ଜିତିଲା ଜିଟି, ବୋଲିଂ କରିବ…

ମୁମ୍ବାଇ,୧୨।୫ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ।

ଯଦି ଆମେ ପଏଣ୍ଟ ଟେବୁଲକୁ ଦେଖିବା ତେବେ ଜିଟି ୧୧ ଟି ମ୍ୟାଚରେ ୮ଟି ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଅଛି। ସେହିପରି ଏମଆଇ ୧୧ ଟି ମ୍ୟାଚରେ ୬ଟି ଜିତି ୪ର୍ଥ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ ଜିତିବାକୁ ଏମଆଇ ଚେଷ୍ଟା ଚଳାଇବ।