MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ
କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଏହାଦ୍ବାରା ଗରିବ ଲୋକ ଯୋଜନାର ଲାଭ ପାଇବେ ନାହିଁ। ତେଣୁ ଏହାର ପ୍ରତିବାଦରେ ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ସୋମବାର ସହରରେ ଏକ ଶୋଭାଯାତ୍ରା ବାହାରିଥିଲା । ଏହାପରେ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାର ତୁରନ୍ତ ଏହିଭଳି ହୀନ ରାଜନୀତିରୁ ଦୂରେଇ ରୁହନ୍ତୁ। ନଚେତ୍‌ ଆଗାମୀ ଦିନରେ କଂଗ୍ରେସ ଆହୁରି ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ସାନଖେମୁଣ୍ଡି କଂଗ୍ରେସ ବିଧାୟକ ତଥା ଗଞ୍ଜାମ ଜିଲା କଂଗ୍ରେସ ସଭାପତି (ପଶ୍ଚିମ) ରମେଶ ଜେନା କହିଛନ୍ତି। ଏହି ଆନ୍ଦୋଳନ ସମୟରେ କଂଗ୍ରେସ ନେତା କୁଲୁ ଭୂୟାଁ,ସୋରଡା ଯୁବ କଂଗ୍ରେସ ବିଧାୟକ ପ୍ରାର୍ଥୀ ହରୀକୃଷ୍ଣ ରଥ, ଆସିକା ଲୋକସଭା ପ୍ରାର୍ଥୀ ଦେବକାନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily