ସମସ୍ୟା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ, ଦାବି ଜଣାଇ…

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ ସହରସ୍ଥିତ ସିଟିଜେନ ଫୋରମର ସଭାପତି ଡ଼.ହେମ ସାଗର ସାହା ମଙ୍ଗଳବାର   ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରିଛନ୍ତି।  ସେ ଏହି ଅବସରରେ  ୮ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର  ଉପରେ  କଳାହାଣ୍ଡି, ବଲାଙ୍ଗୀର ଜିଲା ସୀମାନ୍ତ ଅଞ୍ଚଳର ବହୁ  ଗର୍ଭବତୀ, ପ୍ରସୂତୀ ଓ ରୋଗୀମାନେ ନିର୍ଭର କରି ଥାଆନ୍ତି। ମାତ୍ର  ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁସାରେ ବିଶେଷଜ୍ଞ  ଡାକ୍ତର ଠାରୁ ଟେକ୍‌ନିଶିୟାନ ପଦବୀ ଖାଲିପଡ଼ିଛି।  ବ୍ଲଡ ବ୍ୟାଙ୍କ ଦୀର୍ଘ ଦିନରୁ ଖାଲି ପଡ଼ିଥିବାରୁ ରୋଗୀ ସେବାରେ ବ୍ୟାଘାତ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ୮ଦଫା ସମସ୍ୟାକୁ ନେଇ  ସହରସ୍ଥିତ ସିଟିଜେନ ଫୋରମର ସଭାପତି ଡ଼.ହେମ ସାଗର ସାହା  ଭୁବନେଶ୍ବର ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ଯ୍ୟାଳୟରେ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି।
ମନ୍ତ୍ରୀ କହିଛନ୍ତି,  ଯଥା ଶୀଘ୍ର  ସମସ୍ୟାଗୁଡ଼ିକ ଦୂର କରାଯିବ। ଏନେଇ ପ୍ରତିଶ୍ରୁତି ଦେଇଥିବା ସିଟିଜେନ ଫୋରମର ସଭାପତି ଡ଼.ହେମ ସାଗର ସାହା ପ୍ରକାଶ କରିଛନ୍ତି।