ମେଧାବୀ ଛାତ୍ରୀଛାତ୍ର ଅଭିନନ୍ଦନ ଉତ୍ସବ

ଭଞ୍ଜନଗର,୩ା୫(ବାବୁଲା ପ୍ରଧାନ): ଭଞ୍ଜନଗର ସହରତଳି ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଲାଲସିଂ କେଆର ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ଶନିବାର ଶିଶୁ ମନ୍ଦିର ପରିସରରେ ସଂପୃକ୍ତ ବିଦ୍ୟାଳୟର ମେଧାବୀ ଛାତ୍ରୀଛାତ୍ର ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଛି । ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼. କମ୍ବୁପାଣି ସାମନ୍ତ ଯୋଗଦେଇ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ସମ୍ପାଦକ ଜ୍ୟୋତି ରଞ୍ଜନ ବିଷୋୟୀ, ସହ ସମ୍ପାଦକ ଗଙ୍ଗାଧର ଦାସ, କୋଷାଧ୍ୟକ୍ଷ ଏସ. ଗୁପ୍ତେଶର ସୁବୁଦ୍ଧି, ଉପଦେଷ୍ଟା ତ୍ରିନାଥ ଗୌଡ଼ ଉପସ୍ଥିତ ଥିଲେ। ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବା ଛାତ୍ରୀ ଅଙ୍କିତା ମିଶ୍ର ୫୬୦(୯୩.୩୩ ପ୍ରତିଶତ), ସିଦ୍ଧିପ୍ରଜ୍ଞା ପ୍ରଧାନ ୫୫୬(୯୨.୬୭ ପ୍ରତିଶତ), ଅମ୍ଳାନ ତ୍ରିପାଠୀ ୫୫୬(୯୨.୬୭ପ୍ରତିଶତ) ଶ୍ରୀୟା ସମ୍ପୂର୍ଣ୍ଣା ବିଷୋୟୀ ୫୫୫ (୯୨.୫୦ପ୍ରତିଶତ), ରାହୁଲ ସ୍ବାଇଁ ୫୫୨(୯୨.୦ପ୍ରତିଶତ),ଆଦିତ୍ୟ ନାରାୟଣ ମିଶ୍ର ୫୪୯ (୯୧.୫ପ୍ରତିଶତ), କ୍ରିଷ୍ଣା ପ୍ରସାଦ ମହାପାତ୍ର ୫୪୩ (୯୦.୫ପ୍ରତିଶତ ) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁମା ସଂଗୀତା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ପରିଚୟ ଦେଇଥିଲେ।

Share